ଭାରତର ଅଗ୍ରଣୀ ରାଜନୈତିକ ନେତା ଓ ଭାରତୀୟ ଜାତୀୟ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆସନ୍ତା ୧୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବାକୁ ଯାଉଛନ୍ତି । ତାଙ୍କ ଗସ୍ତକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସ୍ତୁତି ଜୋରଦାର ହୋଇଯାଇଛି ।ତାହାର ଅଂଶ ଭାବରେ, ଆଜି ପ୍ରାୟ ୧୨ଟା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକଟି ଆଳି ବ୍ଲକ କଂଗ୍ରେସ କମିଟି ତରଫରୁ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ବିଭିନ୍ନ ଅଞ୍ଚଳର କଂଗ୍ରେସ କାର୍ଯ୍ୟକର୍ତ୍ତା ଓ ନେତାମାନେ ଉପସ୍ଥିତ ଥିଲେ ।