ବାମରା ବନ ବିଭାଗ ରେଞ୍ଜ ଅନ୍ତର୍ଗତ ଘୁମୁଣ୍ଡୁମାଲ ଗ୍ରାମରୁ ଉଦ୍ଧାର ହନିବ୍ରେଜର କୁ ଜଙ୍ଗଲ ରେ ଛଡ଼ା ଯାଇଥିବା ସୂଚନା ରହିଛି। ସୂଚନା ଅନୁସାରେ ବୁଧବାର ରାତିରେ ଘୁମୁଣ୍ଡୁମାଲ ଗ୍ରାମକୁ ଏକ ଗାଡଭାଲୁ ବା ହନିବ୍ରେଜର ନାମକ ବିରଳ ପ୍ରଜାତିର ବନ୍ୟଜନ୍ତୁ ପଶି ଆସି, କେତେକ ଲୋକଙ୍କୁ ଆକ୍ରମଣ କରିଥିବା ବେଳେ ଲୋକ ମାନେ ତାକୁ କାବୁ କରି ବନ ବିଭାଗ କୁ ହସ୍ତାନ୍ତର କରିଥିଲେ। ଅନ୍ୟ ପଟେ ଗୁରୁବାର ଦିନ ଉକ୍ତ ହନିବ୍ରେଜର କୁ ଡ଼ାକ୍ତରୀ ମାଇନା ପରେ ସୁରକ୍ଷିତ ଭାବେ ଜଙ୍ଗଲ ରେ ଛଡାଯାଇଥିଲା। ଏନେଇ ସନ୍ଧ୍ୟା ୬ ଟାରେ ବାମରା ରେଞ୍ଜର ଦୀପକ ମହାନନ୍ଦ ସୂଚନା ପ୍ରଦାନ କରିଛନ୍ତି।