ପଦ୍ମପୁର: ଶିକ୍ଷକ ଅଭାବ ଯୋଗୁଁ, ସିଲେଟପାଳି ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ଘଟଣା ହେଉଛି, ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡ଼େନ ପଞ୍ଚାୟତ ସିଲେଟପାଳି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାଵ ଦେଖା ଦେଇଛି। ସ୍କୁଲରେ ପାଠ ପଢୁଛନ୍ତି 100 ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ। ଶିକ୍ଷକ ଅଭାବ ନେଇ ଆଜି ଗ୍ରାମବାସୀ ସକାଳ 10 ଟା 30 ମିନିଟ ପାଖା ପାଖି ରେ ସ୍କୁଲରେ ତାଲା ପକାଇ, ଗେଟ ବାହାରେ ଛାତ୍ର ଛାତ୍ରୀ ଙ୍କ ସହ ଧାରଣା ରେ ବସିଛନ୍ତି, ଯେ ପର୍ଯ୍ୟନ୍ତ ଦାବି ପୁରଣ ନ ହୋଇଛି, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି