ବଲାଙ୍ଗୀର: ଚିକଲବାହାଲି ପୁଲାସଖେଟ ପିଏମଜିଏସୱାଇ ସଡ଼କ ଓ ଏମଜିଏନଆରଇଜିଏସ କାର୍ଯ୍ୟର ନିରୀକ୍ଷଣ କଲେ ବିଡିଓ
ସଇଁତଳା ବ୍ଲକ ଅନ୍ତର୍ଗତ ସିସ୍କେଲା ଗ୍ରାମ ପଞ୍ଚାୟତରେ ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ନିରୀକ୍ଷଣ ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ମହୋଦୟ ଆଜି କ୍ଷେତ୍ର ସଫର କରିଥିଲେ। ଏହି ସମୟରେ ଚିଲବାହାଲି ପିଏମଜିଏସୱାଇ ସଡ଼କ ଠାରୁ ପୁଲାସଖେଟ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା ଅନ୍ତର୍ଗତ ହେଉଥିବା କାର୍ଯ୍ୟର ସ୍ଥଳ ପରିଦର୍ଶନ କରାଯାଇଥିଲା। ସେଥିସହ ଗ୍ରାମ ପଞ୍ଚାୟତର ଅନ୍ୟାନ୍ୟ ମୁଖ୍ୟ ସରକାରୀ ଯୋଜନାର ଅବସ୍ଥା ମଧ୍ୟ ସମୀକ୍ଷା କରାଯାଇଥିଲା।