ଆଠମଲ୍ଲିକ: ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିନରେ ଆଠମଲ୍ଲିକ ରେ ନାମାଙ୍କନ ଭରିଲେ ଏସ ୟୁ ସି ଆଇ ପ୍ରାର୍ଥୀ ରମଣୀ ରଂଜନ ପ୍ରଧାନ
ମଙ୍ଗଳବାର ମଧ୍ୟାହ୍ନ ରେ ଆଠମଲ୍ଲିକ ର ବିଧାୟକ ପ୍ରାର୍ଥି ପାଇଁ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଏକ ଶୋଭାଯାତ୍ରାରେ ଆସି ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦୁଇ କିତା ମନୋନୟନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରମଣୀ ରଂଜନ ପ୍ରଧାନ। ପାନୀୟ ଜଳଯୋଗାଣ, ବିଦ୍ୟୁତ ସେବା, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଜନଜୀବନର ସମସ୍ୟାର ସ୍ବର କୁ ବିଧାନସଭା ରେ ଦାବି ଉପସ୍ଥାପନା କରିବା ପାଇଁ ଚଳିତ ନିର୍ବାଚନ ରେ ଏସୟୁସିଆଇ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି ବୋଲି ରମଣୀ ରଂଜନ ପ୍ରଧାନ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି।