ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ : ତୋଟାସାହି ଠାରେ ଫସିଥିବା ବାଲି ଟ୍ରକକୁ ଅଟକ ରଖିଲା ପୁଲିସ
ଭଣ୍ଡାରିପୋଖରୀ ଥାନା ନାଆମୀ ପଞ୍ଚାୟତ ତୋଟାସାହି ଠାରେ ଆଜି ରାତ୍ରି ସମୟରେ ରାସ୍ତା କଡରେ ଫସିଥିବା ଏକ ବାଲି ଗାଡିକୁ ପୁଲିସ ଅଟକ ରଖଛି. ଗାଡିଟି ରାସ୍ତାରେ କୌଣସି କାରଣରୁ ଫସିଥିବା ବେଳେ ଖବର ପାଇ ଭଣ୍ଡାରିପୋଖରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିଟିକୁ ଅଟକ ରଖିଥିଲା. ବର୍ତ୍ତମାନ ଛତାବର ନିଳୋକ ରାସ୍ତା କାମ ଚାଲିଥିବାରୁ ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି. ଆସନ୍ତାକାଲି ମାଇନିଂ ଅଧିକାରୀ ବାଲି ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି.