ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲାଞ୍ଜିଗଡ଼ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ ଓ କ୍ଳଷ୍ଟର ସଂଯୋଜକ ମାନଙ୍କୁ ନେଇ ଆଜି ସୋମବାର ଦିବା ୧୨ଘଣ୍ଟା ରୁ ଅପରାହ୍ନ ୪ଟା ଯାଏ ବିଶ୍ଵନାଥପୁର ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୁଷଣ ସାହୁ ଉପସ୍ଥିତ ଥିଲେ।ବିଦ୍ୟାଳୟ ସ୍ତରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବା ଉତ୍ତମ ସ୍ବାସ୍ଥ୍ୟ ସହ ଉତ୍ତମ ପୃଷ୍ଟି ପୋଷଣ ପାଇବେ ନେଇ ଆଲୋଚନା କରିଥିଲେ।