ବିଶୋଇ: ପୋଖରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ
ରାଇରଙ୍ଗପୁର ବନାଞ୍ଚଳ ଅଧିନସ୍ଥ ବଡାମତଳିଆ ସେକ୍ସନ ପକ୍ଷରୁ ଆଜି ସ୍ଥାନୀୟ ବିଜାତଳା ବ୍ଲକ ବଡ଼ ଝରଣ ପଞ୍ଚାୟତ ଅନ୍ତର୍ଗତ ପୋଖରିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୧ଟା ସମୟରେ ୭୫ତମ ବନମହୋତ୍ସବ ପାଳିତ ହୋଇଯାଇଛି। ବିଜାତଳା ବନ ସୁରକ୍ଷା ସମିତି ସହଯୋଗରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବଡାମତଳିଆ ବନପାଳ କୋରନ କିସ୍କୁ ,ପଦ୍ମାବତୀ ମହାନ୍ତ,ମେନକା ନାଏକ, ପାରା ଷ୍ଟାଫ୍ ଚନ୍ଦନ ଟୁଡୁ, ଏବଂ ସହଯୋଗୀ ବିଜୁ ପାତ୍ର ଉପସ୍ଥିତ ରହି ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ରଖିବାକୁ ଆହ୍ୱାନ କରିଥିଲେ।