ଧର୍ମଗଡ: କଲମପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ନିଜ ନବ ଜାତ ଶିଶୁ କୁ ହତ୍ୟା ଉଦ୍ୟମ
ବୁଧବାର ସକାଳୁ ଜଣେ କୁମାରୀ ମାଆ ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଥିଲା। ଏହା ପରେ ଉକ୍ତ ନବ ଜାତ ଶିଶୁ କୁ ହତ୍ୟା ଉଦ୍ୟମ କରିଥିଲା। ଏନେଇ ପଡୋଶୀ ଜାଣିବା ପରେ ତୁରନ୍ତ ସ୍ଥାନୀୟ ସରପଞ୍ଚ ଏବଂ ଆଶା କର୍ମୀଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ସରପଞ୍ଚ ଏବଂ ଆଶା କର୍ମୀ ପହଞ୍ଚି ନବ ଜାତକୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ସ୍ବାଇଁ ଘଟଣା ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସମେତ ଶିଶୁ ସୁରକ୍ଷା ସମିତିକୁ ଜଣାଇ ସଂଧ୍ୟାରେ ଭବାନୀପାଟଣା ସ୍ଥାନାନ୍ତର କରାଯାଇଛି ।