ଆଜି ରାତ୍ର ୮ଟା ସମୟରେ ହରଭଙ୍ଗା ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ଆଜି ମଧ୍ୟାନ୍ହ ପାଖପାଖି ୧୨.୩୦ସମୟରେ ହରଭଙ୍ଗା ଅବକାରୀ ଥାନା ପୋଲିସ ବେଆନ ମଦ କାରବାର ନେଇ, ପୂରୁଣାକଟକ ଥାନା ଅନ୍ତର୍ଗତ ଖାଲିଆ ପାଲି ଗ୍ରାମ ରାସ୍ତାରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ୮ଲିଟର ବେଆନ ମହୁଲି ମଦ ଜବତ କରି ଏଥିରେ ସମ୍ପୃକ୍ତ ଆସାମୀ ନାମରେ ୧୧୩/୨୦୨୫-୨୬ରେ ମାମଲା ରୁଜୁ କରାଯଇଛି l ଏନେଇ ହରବହଙ୍ଗା ଅବକାରୀ ଥାନାର ଭାରପ୍ରାପ୍ତ ଅଫିସ ସୂଚନା ଦେଇଛନ୍ତି l