ବଲାଙ୍ଗୀର: ଭାରି ବର୍ଷା ଯୋଗୁଁ ସମଲେଇ ମନ୍ଦିର ଓ ଭଗବତୀ ନଗରରେ ଘର ଭିତରକୁ ପଶିଲା ନର୍ଦ୍ଦମା ପାଣି
ଗତ କିଛିଦିନ ହେଲା ବଲାଙ୍ଗିର ଜିଲ୍ଳାରେ ଲଗାଣ ବର୍ଷା ଜାରି ରହିଛି । ଆଜି ଅପରାହ୍ନ ୪ ଟା ସମୟରେ ବଲାଙ୍ଗିର ସହରରେ ଦୀର୍ଘ ସମୟ ଧରି ଭାରି ବର୍ଷା ହୋଇଥିବାବେଳେ ମନ୍ଦିର ଓ ଘର ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଛି । ବଲାଙ୍ଗିରର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରକୁ ପାଣି ପଶିଥିଲା । ଗର୍ଭ ଗୃହ ଭିତରକୁ ନର୍ଦ୍ଦମା ପାଣି ଉଛୁଳି ପଶିଥିବା ଦେଖିବାକୁ ମିଳିଥିଲା । ଏହା ସହିତ ବଲାଙ୍ଗିର ମୁ୍ୟନିସିପାଲଟି ଅର୍ନ୍ତଗତ ୱାର୍ଡ ନମ୍ବର ୧୮ ସ୍ଥିତ ଭଗବତୀ ନଗରରେ ମଧ୍ୟ ଲୋକଙ୍କ ଘର ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଥିଲା । ଭଲ ଭାବରେ ଡ୍ରେନ ସଫା କରାଯାଇନଥିବା ଯୋଗୁଁ ଏଭଳି ପରି