ଜୟପୁର: ଫେରାର ଦୁଇ ଅଭିଯୁକ୍ତ କୁ କୁମ୍ଭାରପୁଟ ଓ ମୂଳାସର ଗ୍ରାମରୁ ଗିରଫ କଲା ଜୟପୁର ସଦର ପୋଲିସ
ଫେରାର ଥିବା ଦୁଇ ଅଭିଯୁକ୍ତକୁ ଜୟପୁର ସଦର ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ କୁମ୍ଭାରପୁଟ୍ ଗ୍ରାମର ଧନୁର୍ଯ୍ୟୟ କୁମ୍ଭାର ଗତ ୨୦୨୦ ମସିହରେ ଗୋଟିଏ ଅପରାଧିକ ମାମଲାରେ ଜଡିତ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୁଳାସର ଗ୍ରାମର ଗୌରୀ ତନ୍ତି(୩୧) ଗତ ୨୦୨୪ ମସିହାରେ ଗଣ୍ତଗୋଳ ମାମଲାରେ ଜଡିତ ଥିଲେ। ସେହିଦିନ ଠାରୁ ଫେରାର ରହିଥିଲେ। ପୋଲିସ ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ସଂନ୍ଧ୍ୟା 7ଟାରେ ସଦରଥାନାଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।