ବାରିପଦା ମ୍ୟୁନିସିପାଲଟି: ଶିମିଳିପାଳର ଅଭୟାରଣ୍ୟରେ କମୁଲା ତାପମାତ୍ରା, ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ନେଇ ସୂଚନା ଦେଲେ RCCF
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଉପର ବାରାହା କାମୁଡାରେ ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ଛୁଇଁଥିବା ବେଳେ ଚହଲା ରେ ୫ ଡିଗ୍ରୀ, ଗୁଡୁଗୁଡିଆ ରେ ୭ ଡିଗ୍ରୀ , ରାମତୀର୍ଥ ଓ କିଆଝରି ରେ ୧୨ ଡ଼ିଗ୍ରୀ, ଏବଂ ସାତକୋଶିଆ ରେ ୧୩ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବା ନେଇ RCCF ପ୍ରକାଶ ଚାନ୍ଦ ଗୋଗୀନେନି ଆଜି ସକାଳୁ ଏକ ପ୍ରେସ ନୋଟ ଯୋଗେ ସୂଚନା ଦେଇଛନ୍ତି।