ସୁକିନ୍ଦା: କାଳିଆପାଣି ଇମ୍ପା ଗେଟ ସମ୍ମୁଖରେ ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ଯୁବ ସଙ୍ଗଠକ ଗୁରୁତର
ଇମ୍ପା କମ୍ପାନୀ ମୁଖ୍ୟ ଦ୍ଵାରରେ କରିଥିବା ବେଳେ ବିଜେଡ଼ି ଯୁବ ସଙ୍ଗଠକ ମନୋଜ ମାଲଶାଣ୍ଡୀ ,କୁନା ମାଲଶାଣ୍ଡୀ ,ଦୀପକ ନାୟକ,ଗୌରବ ସିଂଙ୍କ ଆକ୍ରମଣରେ ଚିରଞ୍ଜିବ ବେହୁରା , ସନ୍ତୋଷ ମୁଦୁଲି ଗୁରୁତର ହୋଇଯାଇଥିଲେ । ଦୁଇଜଣଙ୍କୁ କାଳିଆପାଣି ପୋଲିସ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଶୁପୁତ୍ର ସବ୍ୟସାଚୀ ବଳସାମନ୍ତ, ବିଜେପି ସଙ୍ଗଠକ ଅମଳେନ୍ଦୁ ବେହୁରାଙ୍କ ସହିତ ଅନେକ ବିଜେପି କର୍ମୀ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି