କବିସୂର୍ଯ୍ୟନଗର: କୋଦଳା କୋର୍ଟ ପରିସର ରେ ସମ୍ବିଧାନ ଦିବସ ପାଳିତ
କୋଦଳା କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋଦଳା ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ବିଶ୍ୱ ରଞ୍ଜନ ବେହେରା, ଯେଏମଏଫସି ଜର୍ଜ ଶୋଭନ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ରେଖାରାଣୀ ପଣ୍ଡା ଉପସ୍ଥିତ ରହି ସମ୍ବିଧାନ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଭାରତର ସମ୍ବିଧାନ ସ୍ୱତନ୍ତ୍ର । ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ଜାତକ ସଦୃଶ୍ୟ । ଭାରତୀୟ ସମ୍ବିଧାନ 1949 ମସିହା ନଭେମ୍ବର 26 ରେ ଡାକ୍ତର ଭୀମରାଓ ଆମ୍ବେଦକର ଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ବେଳେ 26 ଜାନୁଆରୀ 1950 ରୁ କାର୍ଯ୍ୟକାରୀ ହୋଇଥିଲା ।