ଲୋଇସିଂହା: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆମ ପୋଲିସ ସଭା ନୂତନ ଆଇନ ଓ ସାଇବର ଅପରାଧ ନେଇ ସଚେତନତା
ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ବଲାଙ୍ଗିର ପୋଲିସ ପକ୍ଷରୁ “ଆମ ପୋଲିସ” ସଭାର ଆୟୋଜନ କରାଯାଇଛି। ଏହି ସଭା ମାଧ୍ୟମରେ ସାଧାରଣ ଲୋକଙ୍କୁ ନୂତନ ଅପରାଧ ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସଚେତନ କରାଯାଇଛି। ସେହିପରି ସାଇବର ଅପରାଧରୁ କିପରି ସୁରକ୍ଷିତ ରହିବେ, ଅନ୍ଧଶ୍ରଦ୍ଧା ଓ ଡାହାଣୀ ପ୍ରଥା ଭଳି ସାମାଜିକ କୁପ୍ରଥାକୁ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପୋଲିସ ପକ୍ଷରୁ ଲୋକଙ୍କୁ ଆଇନ ମାନିବା ସହ ସମାଜକୁ ସୁରକ୍ଷିତ ରଖିବା ପାଇଁ ସହଯୋଗ କରିବାର ଆଜି ଅପରାହ୍ନ ୪ଟା ସମୟରେ ଆହ୍ୱାନ ଦିଆଯାଇଛି।