ମହାନଗର ନିଗମ ଅନ୍ତର୍ଗତ କଚେରୀ ରୋଡ଼ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ନିକଟରେ ଥିବା ଟିପିଡବ୍ଲୁଓଡ଼ିଏଲ ର ଗ୍ରୀଡ଼ ନିକଟରେ ଅଗ୍ନିକାଣ୍ଡ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 12 ଟା ସମୟରେ ଟିପିଡ଼ବ୍ଲୁଓ ଡିଏଲ ଗ୍ରୀଡ଼ନିକଟରେ ଥିବା ଅଳିଆଗଦା ରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଥିଲା l ଯାହାଫଳରେ ନିଆଁ ଦୃତ ଗତିରେ ଗ୍ରୀଡ଼ ଭିତରକୁ ନିଆଁ ବ୍ୟାପି ଯାଇଥିଲା । ନିଆଁ ଲାଗିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେଲ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ସେପଟେ ନିଆଁ କିପରି ଲାଗିଲା ସେନେଇ ତଦନ୍ତ ଜାରିରହିଛି।