ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରେ ନବ ନିର୍ମିତ ସ୍ପୋର୍ଟ କମ୍ପ୍ଲେକ୍ସକୁ ସୁନାରାମ ସୋରେନଙ୍କ ନାମରେ ନାମିତ କରିବାକୁ ଦାବି ହୋଇଛି। ଏନେଇ ଦାଣ୍ଡବୋଷ ସ୍ଥିତ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ହେରିଟେଜ ଟ୍ରଷ୍ଟ ପକ୍ଷରୁ ସାଧାରଣ ସମ୍ପାଦକ ମଦନ ମୋହନ ସୋରେନ ଓ କୋଷାଧ୍ୟକ୍ଷ ଆନ୍ତ ଆଲୋକ ବାସ୍କେ ଭୁବନେଶ୍ୱର ସ୍ଥିତ ବାସଭବନରେ ଶୁକ୍ରବାର ଦିନ ପ୍ରାୟ ୧୨ ଟାରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।