ପରିଚୟ ପାଇ ପାରିଲାନି ଏକ ଅସହାୟ ଶବ। ବାଧ୍ୟ ହୋଇ ଅପରିଚିତ ଭାବରେ ଶେଷ ସମ୍ମାନ ଦେଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ପୋଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖ ସକାଳ ସମୟରେ ପ୍ରାୟ ୩୦ ରୁ ୩୫ ବୟସର ଜଣେ ଅଜଣା ବ୍ୟକ୍ତି ରେଳପଥ ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ଧକ୍କା ଲାଗି ଗୁରୁତର ଆହତ ହୋଇଥିଲେ। ମୁଣ୍ଡ ଓ କପାଳରେ ଗଭୀର ଆଘାତ ଲାଗିଥିବା ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ BBMCH ବଲାଙ୍ଗିର ହସ୍ପିଟାଲକୁ ନେଇଯାଇଥିଲେ ଆରପିଏଫ ପୋଲିସ। କିନ୍ତୁ ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।