ଗୁରୁବାର ମଧ୍ୟାହ୍ନରେରେ ଆଠମଲ୍ଲିକର ବିଜେଡ଼ି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଦଳୀୟ କର୍ମୀଙ୍କ ଗହଣରେ ପଟୁଆରରେ ଆସି ନଗର ପରିକ୍ରମା ପରେ ଆଠମଲ୍ଲିକ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରକୁ ଆସିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ୍ ରେ ନାମାଙ୍କନ ପତ୍ର ଦାଖଲ କରିନଥିବା ଜଣାଯାଇଛି । ଧାର୍ଯ୍ୟ ସମୟ ଭିତରେ ଆଜି ଜଣେ ମଧ୍ୟ ପ୍ରାର୍ଥୀ ନାମାଙ୍କନ ଭରି ନଥିବା ଉପଜିଲ୍ଲାପାଳ ସ୍ପଷ୍ଟ କରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଶ୍ରୀ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ ନକରି ଫେରିଯିବା ଘଟଣା ଆଠମଲ୍ଲିକ ରେ ଚର୍ଚ୍ଚା ର ବିଷୟ ପାଲଟିଛି।