ଲୋଇସିଂହା ବ୍ଲକର ଠାକୁରପାଲି ଗିରି ଗୋବର୍ଧନ ପୀଠରେ ବ୍ଲକସ୍ତରୀୟ ଜଙ୍ଗଲ ଅଧିକାର କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ସୁରକ୍ଷା ଫୋରମର ଆବାହକ କୁଳମଣି ସାହୁଙ୍କ ଆବାହକତ୍ୱରେ ଏହି ବୈଠକରେ ରତାଖଣ୍ଡି, ତାଲଜୁରି, ବାନିପାଲି, ଉତ୍ସବପାଲି, ଫଲସାମାଲ ଓ ଅନ୍ୟାନ୍ୟ ଗ୍ରାମର ଜଙ୍ଗଲ ଅଧିକାର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ବ୍ୟକ୍ତିଗତ ଓ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦେବାରେ ବିଳମ୍ବ ପ୍ରତି ଉଦବେଗ ପ୍ରକାଶ ପାଇଥିଲା। ବ୍ୟକ୍ତିଗତ ଓ ଗୋଷ୍ଠୀ ପଟ୍ଟା ପ୍ରଦାନରେ ଟାଳଟୁଳ ନୀତି ଅବଲମ