ବଲାଙ୍ଗୀର: ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ବୈଦିପାଲି ଠାରେ ଚଢ଼ାଉ କରି ସାଇଜ କାଠ ଜବତ କରିଛି ବଲାଙ୍ଗିର ବନ ବିଭାଗ
ବଲାଙ୍ଗିର ପାଟଣାଗଡ଼ ରୋଡ ସ୍ଥିତ ବୈଦିପାଲି ଠାରେ ଚଢ଼ାଉ କରି ସାଇଜ କାଠ ଜବତ କରିଛି ବଲାଙ୍ଗିର ବନ ବିଭାଗ । ଆଜି ରାତି ୭ ଟା ୩୦ ମିନିଟ ସମୟରେ ବୈଦି ପାଲି ନିକଟରେ ଚଢ଼ାଉ କରି ସାଇଜ କାଠ ଜବତ କରାଯାଇଥିବା ସୂଚନା ମିଳିଛି । କାଠ ନେଇ ଆସୁଥିବା ଟାଟା ଏସି ଗାଡ଼ି କୁ ମଧ୍ୟ ଜନତା କରାଯାଇଥିବା ବେଳେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଛି । ଗାଡ଼ିରେ ପ୍ରାୟ ୩୦ ଟି ସାଇଜ କାଠ ରହିଥିବା କୁହାଯାଉଛି। ବନବିଭାଗ ଘଟଣାର ତଦନ୍ତ ଜାରି ରଖିଛି ।