ସୋମବାର ଦିନ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଖଣ୍ଡିଆନଈ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ନିରଞ୍ଜନ ବେହେରା , ଏ ଵି ଇ ଓ ଜ୍ୟୋତିର୍ମୟୀ ନନ୍ଦ, ଥାନା ଏ ଏସ ଆଇ ଗୀତିଶ୍ରୀ ଦାଶ, ସରପଞ୍ଚ ପଙ୍କଜ କୁମାର ସେଠି, ସି ଡି ପି ଓ ନୀଳିମା ଟପ୍ପୋ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ପ୍ରକାଶ ଜେନା , ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା ଉପସ୍ଥିତ ଥିଲେ ।