ମୟୂରଭଞ୍ଜ ଜିଲ୍ଳାପାଳ ହେମକାନ୍ତ ସୟ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ ଟାରେ ପି.ଏ. ଆଇ.ଟି.ଡି.ଏ. ବାରିପଦା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ହଳଦିଆ ଡେମ ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ଡେମର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଅତିଶୀଘ୍ର ନୌକାବିହାର ବ୍ୟବସ୍ଥା ଆରମ୍ଭ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଛନ୍ତି।