ଆଠମଲ୍ଲିକ: ଭୁବନେଶ୍ୱର ଶଙ୍ଖ ଭବନରେ ହାତଗଣତି ସମର୍ଥକ ଙ୍କୁ ଧରି ଶଙ୍ଖ ଫୁଙ୍କିଲେ ଆଠମଲ୍ଲିକ ର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ
ଶୁକ୍ରବାର ଅପରାହ୍ନ ପ୍ରାୟ ପାଞ୍ଚଟା ସମୟରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ ଭୁବନେଶ୍ୱର ସ୍ଥିତ ବିଜେଡ଼ିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଥିବା ଜଣାପଡିଛି । କିଛି ହାତଗଣତି ସମର୍ଥକ ଙ୍କୁ ଧରି ଶ୍ରୀ ପ୍ରଧାନ ଏହି ମିଶ୍ରଣ ପର୍ବ ରେ ସାମିଲ୍ ହୋଇଥିବା ବେଳେ ଆଠମଲ୍ଲିକ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଏବଂ ଅନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ ।