କେନ୍ଦୁଝର ସହର: ସଙ୍ଖଣା ଠାରେ କଂଗ୍ରେସ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ
କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ବ୍ଳକ ସଙ୍ଖଣା ଠାରେ କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟା ୬ଟା ଠାରୁ ରାତ୍ର ୯ଘଟିକା ଯାଏଁ ଏକ ସାଙ୍ଗଠନିକ ବୈଠକ ଚାଲିଥିଲା । ବୈଠକ ସଭାଟି ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ବିଧାୟକ ଜୟଦେବ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ହେଇଥିଲା ବେଳେ ଏହାକୁ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ମନୋଜ ଜେନା ପରିଚାଳନା କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ସହ ପ୍ରତିଟି କର୍ମୀ ଓ ନେତୃବୃନ୍ଦଙ୍କ ହାତକୁ ମଜବୁତ କରିବାକୁ ମନୋଜ ଜେନା ଆହ୍ବାନ ଦେଇଥିଲେ ।