ମୂର୍ତ୍ତିକା ସଂରକ୍ଷଣ ଦିବସ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତ ନୂଆଗଡ ବିଦ୍ୟାଳୟରେ ଏହି ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା । ଗଛ ର ଚେର ମାଟିକୁ ଜାବୁଡି ଧରିଵା ଫଳରେ ମୂର୍ତ୍ତିକା କ୍ଷୟ ହୋଇନଥାଏ । ଏଥିସହ ପରିବେଶକୁ ସନ୍ତୁଳନ ରଖିବାରେ ଗଛର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏଣୁ ଗଛ ଲଗାଇବା ସହ ତାର ରକ୍ଷଣା ବେକ୍ଷଣ କରିବା ଉଚିତ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ । ଏଥିରେ ଗ୍ରାମ୍ୟ କମିଟି ସଭାପତି ନାରାୟଣ ସୁମନ୍ତରାୟ , ସମ୍ପାଦକ ସୁଶାନ୍ତ ବିଶ୍ୱାଳ ଯୋଗଦେଇ ଥିଲେ ।