ଆଠମଲ୍ଲିକ: କିଆକଟା ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ଅନ୍ୟ ଦଳର ଶତାଧିକ କର୍ମୀ
ସୋମବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ର ଆମ୍ବତୋଟା ଠାରେ ବିଜେପି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପାର୍ଥି ସଞ୍ଜୀବ ସାହୁ ଉପସ୍ଥିତ ରହି ବିଜେପି ର ନିତି ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଦଳରେ ସାମିଲ ହୋଇଥିବା ଅନ୍ୟ ଦଳର ଶତାଧିକ କର୍ମୀ ଙ୍କୁ ଦଳୀୟ ଉତ୍ତରୀୟ ଦେଇ ଦଳରେ ସାମିଲ କରିଥିଲେ ।