ଲୋଇସିଂହା ଅଂଚଳରେ ସ୍ଵାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅଭାବ, ଆବଶ୍ୟକ ଔଷଧ ନଥିବା ସହ ଯଥେଷ୍ଟ ଚିକିତ୍ସା ସୁବିଧା ମିଳୁନଥିବା ଲୋକଙ୍କ ଅଭିଯୋଗ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଅଂଚଳରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ଥିବା ସତ୍ତ୍ୱେ ମଧ୍ୟ କୌଣସି ଆଖିଦୃଶ୍ୟା ପଦକ୍ଷେପ ନିଆଯାଇନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଶୀଘ୍ର ହସ୍ତକ୍ଷେପ ନକଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ସ୍ଥାନୀୟବାସୀ।