ଶିମିଳିପାଳ ଅଭୟାରଣ୍ୟରୁ ପୁଣି ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଳା ଖୁଣ୍ଟା ଥାନା ଅନ୍ତର୍ଗତ ଡେଙ୍ଗାମ ର ଜଡ଼ିଦର ଗ୍ରାମର ବୀରସିଂ ହୋ, ଚରଣ ହୋ, ଛଲେ ହୋ, ସାଗର ହୋ ଓ ସୁକ୍ରା ହୋ। ଏନେଇ ଗୁରୁବାର ସକାଳ ୭.୪୭ ଟା ସମୟରେ ଏକ ପ୍ରେସ ବିଜ୍ଞପ୍ତି ରେ ଶିମିଳିପାଳ ଅଭୟାରଣ୍ୟ ଦକ୍ଷିଣର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡ଼ା ଏନେଇ ସୂଚନା ଦେଇଛନ୍ତି।