ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ବ୍ଲକ ଅନ୍ତର୍ଗତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ସଂଯୋଗକାରି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୨ ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏବଂ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏହି ପ୍ରକଳ୍ପ ର ଶୁଭ ଶିଳାନ୍ୟାସ କରିଛନ୍ତି l ଏହି ପ୍ରକଳ୍ପ ନିର୍ମାଣ ଶେଷ ପରେ ଛାତ୍ରଛାତ୍ରୀ ମାନଙ୍କ ଯାତାୟାତରେ ବେଶ ସୁବିଧା ହେବ l