ବଲାଙ୍ଗୀର: ଆୟୁର୍ବେଦିକ କଲେଜର ଗୋଲ୍ଡେନ ଯୁବିଲି ଅବସରରେ ଆୟୁର୍ବେଦ ଅୱାରେନେସ ରେଲି ଓ ଜିମ୍ନାସିଅମ୍ ଉଦଘାଟନ
ଆଜି ଅପରାହ୍ନ ୧୨ଟା ୧୫ମିନିଟ୍ ସମୟ ରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପରିସରରେ ଗୋଲ୍ଡେନ ଯୁବିଲି ସେଲିବ୍ରେସନ୍ ଅବସରରେ ଆୟୁର୍ବେଦ ଅୱାରେନେସ୍ ରେଲି ଏବଂ ନୂତନ ନିର୍ମିତ ଜିମ୍ନାସିଅମ୍ ଉଦଘାଟନ କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇଥିବା ବେଳେ ପୌରାଧକ୍ଷା ଲିକା ସାହୁ ମଧ୍ୟ ଉପସ୍ଥିତ ଥିଲେ। ବିଧାୟକଙ୍କ କରକମଳରେ ଜିମ୍ନାସିଅମ୍ର ଶୁଭ ଉଦଘାଟନ କରାଯାଇଥିଲା।