ସଭାପତି, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଜବୋଡାସମ୍ବର, ଲୋକନାଥ ଭୋଇ ଙ୍କ ତତ୍ୱାବଧାନ ରେ ପଦ୍ମପୁର ସହର ରାଜାଜି ଟାଉନ ହଲ ଠାରେ ଆଜି 11ଟା ସମୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଲିତ ହୋଇଥିଲା ଓ 5 ଟା ସମୟରେ ଉଦଯାପିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ଓ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଉପଖଣ୍ଡ ଚିକିତ୍ସା ଲୟ ର ଅସ୍ତିଶଲ୍ୟ ବିଶେଷଜ୍ଞ ଡ଼ ସଞ୍ଜୟ କୁମାର ନାଏକ, ଓ ମୁଖ୍ୟ ବକ୍ତା ଭାବେ ଡ଼ ମମତାମୟୀ ଗୁରୁ ଯୋଗଦେଇ ନିଜ ନିଜ ଅଭିଭାଷଣ ରଖିଥିଲେ।