ବଲାଙ୍ଗୀର: ଦେଓଗାଁ ରେ ବିଜୁ ଯୁବ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ
ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୋଧରେ ଆଜି ବିଜୁ ଯୁବ ଜନତା ଦଳ ଦରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜି ସକାଳ ୧୦ ଟା ସମୟରେ ଦେଓଗାଁ ରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା । ବିଜୁ ଯୁବ ଜନତା ଦଳ ସଭାପତି ଶୈଳେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଯୁବନେତା ଦୀପକ ବେହେରା, ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ଓ ଅନ୍ୟମାନେ ଏହି ଶୋଭାଯାତ୍ରାରେ ସାମିଲ ଥିଲେ । ରାଜ୍ୟରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ସରକାର ନୀରବ ଦ୍ରଷ୍ଟା ସାଜିଛି । କୌଣସି ପଦକ୍ଷେପ ନେବା ପରିବର୍ତ୍ତେ