ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ୨୦୨୬ର ସଫଳ ଆୟୋଜନ ଓ ଅନୁଷ୍ଠିତ କରିବା ପାଇଁ ସଂସ୍କୃତି କମିଟିର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ସୁବର୍ଣ୍ଣପୁର, ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଡେପୁଟି କଲେକ୍ଟର, ନିଜାରତ, ସୁବର୍ଣ୍ଣପୁର, ଶ୍ରୀ ବିଶିକେଶନ ପ୍ରଧାନଙ୍କ ସମେତ ସଂସ୍କୃତି କମିଟିର ସମସ୍ତ ସଦସ୍ୟ ଥିଲେ।