ବଲାଙ୍ଗୀର: ପାଟଣେଶ୍ୱରୀପୀଠର ୧୫୦ ବର୍ଷ ପୂର୍ତ୍ତିରେ ଚଣ୍ଡିପୂଜା ଆରମ୍ଭ ପ୍ରତିକ୍ରିୟା ରଖିଲେ ରାଜପୁରୋହିତ
ବଲାଙ୍ଗିର ପ୍ରସିଦ୍ଧ ପାଟଣେଶ୍ୱରୀପୀଠର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭକ୍ତିମୟ ପରିବେଶରେ ଚଣ୍ଡିପୂଜା ଓ ଯଜ୍ଞର ଶୁଭାରମ୍ଭ ହୋଇଛି। ପ୍ରଭାତରୁ ଶତାଧିକ ଶ୍ରଦ୍ଧାଳୁ ମାଁ ପାଟଣେଶ୍ୱରୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ରାଜପୁରୋହିତ ସନ୍ତୋଷ ଦାସ କହିଛନ୍ତି, “ମାଁ ପାଟଣେଶ୍ୱରୀଙ୍କ କୃପାରୁ ପୀଠର ୧୫୦ ବର୍ଷ ପୂର୍ତ୍ତି ମହୋତ୍ସବ ଆଜି ଶୁଭାରମ୍ଭ ହୋଇଛି। ଯଜ୍ଞ ଓ ଚଣ୍ଡିପାଠ ଦ୍ୱାରା ସମଗ୍ର ବଲାଙ୍ଗିର ଜିଲ୍ଲାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସୁ ବୋଲି ଆମେ ପ୍ରାର୍ଥନା କରୁଛୁ।