ପିପିଲି: ମକୁନ୍ଦପୁର ସ୍ଥିତ ପଡ଼ିଆରେ ବିଜେପିର ଆର୍ଶୀବାଦ ସଭା ଅନୁଷ୍ଟିତ, କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ପୁରୀ ଲୋକ ସଭାସାଂସଦ
Pipili, Puri | Jun 4, 2025 ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପୂର୍ବାହ୍ନ 10ଟାରେ ପିପିଲି ବିଜେପି ପକ୍ଷରୁ ସ୍ଥାନୀୟ ମକୁନ୍ଦ ପୁର ସ୍ଥିତ ପଡ଼ିଆରେ ଆର୍ଶୀବାଦ ସଭା କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ଲୋକ ସଭା ସାଂସଦ ସମ୍ବିତ ପାତ୍ର ଯୋଗଦେଇ ନିର୍ବାଚନ ମଣ୍ଡଳୀରେ ଗତ ଏକ ବର୍ଷ ମଧ୍ୟରେ କରିଥିବା କାର୍ଯକ୍ରମ ସଂପର୍କରେ ଅବଗତ କରାଇଥିଲେ। ଘଟଣା ସ୍ଥଳରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ସମ୍ବିତ ପାତ୍ର।