ଆସନ୍ତା 19 ତାରିଖ ସମ୍ବଲପୁର ବନ୍ଦ l ବନ୍ଦ ଡାକରା ଦେଲା ଜ଼ିଲ୍ଲା କୃଷକ ସଙ୍ଗଠନ l ଧାନ କିଣାବିକାରେ ଅବ୍ୟବସ୍ଥା ଯୋଗୁଁ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ l ଗତ 12 ତାରିଖ ଚାଷୀ ମାନେ ସମ୍ବଲପୁର ରେ 4 ଟି ସ୍ଥାନ ରେ ଜାତୀୟ ରାଜପଥକୁ ଦୀର୍ଘ 8 ଘଣ୍ଟା ଧରି ଅବରୋଧ କରିଥିଲେ l ସେହି ସମୟରେ ପ୍ରଶାସନ ଚାଷୀଙ୍କ ତାଙ୍କ ଟୋକନ ଖୁବଶୀଘ୍ର ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ହେଲେ ଆଜିପର୍ଯ୍ୟନ୍ତ ଟୋକନ ନମିଳିବାରୁ ଚାଷୀ ସମ୍ବଲପୁର ବନ୍ଦ କରାଯିବା ନେଇ ନିଷ୍ପତି ନେଇଛି l