ଧାନ ଅଧିକ ହେଲେ ଆମେ କିଣିବୁ ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ ପରେ ଝାରସୁଗୁଡାରେ ଚାଷୀ ମହଲରେ ଦେଖା ଦେଇଛି ଅସନ୍ତୋଷ l ଝାରସୁଗୁଡା ଜିଲ୍ଲା କୃଷକ ସଙ୍ଘ ପ୍ରବକ୍ତା ବିରଞ୍ଚି ସାହୁ ଏନେଇ ଆଜି ଅପରାହ୍ନ ୫ ଟା ରେ କୁଡାଲୋଇ ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଚାଷୀ ଧାନ ଚାଷ କରିବା ପରେ ସରକାର ଏହିପରି ନିଷ୍ପତ୍ତି ନେଲେ ଚାଷି କୁଳ ଭାସିଯିବେ l ଦଲାଲ ଙ୍କ ଶୋଷଣ ର ଶିକାର ହେବେ l ୩୧ ଶହ ଟଙ୍କା ପରିବର୍ତ୍ତେ ୧୨ ଶହ ଟଙ୍କା ରେ ଧାନ ବିକ୍ରି କରିବାକୁ ବାଧ୍ୟ ହେବେ ଚାଷୀ l ଯାହା ଫଳରେ ଚାଷୀ ଙ୍କ ଭେଳା ବୁଡିଯିବା ସହ ସେମାନେ ସପରିବାର ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ l