ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସହରରେ ଏଟିଏମରୁ ଲୁଟ ଉଦ୍ୟମ କଲେ ଦୁର୍ବୁତ୍ତମାନେ l ଶନିବାର ବିଳମ୍ବିତ ରାତି ଏବଂ ରବିବାର ଭୋର ରୁ ପ୍ରାୟ ୪ ଜଣ ଦୁର୍ବୃତ୍ତ ବେଲପାହାଡ଼ ସନସିଟି ହୋଟେଲ ସମ୍ମୁଖରେ ଥିବା ଏସବିଆଇ ବ୍ୟାଙ୍କର ଏକ ଏଟିଏମ ବୁଥକୁ ଟଙ୍କା ଲୁଟ ଉଦ୍ଦେଶ୍ୟରେ ପଶିଥିଲେ। ସେମାନେ ତାଙ୍କ ସହିତ ଗ୍ୟାସ ସିଲିଣ୍ଡର ସହ କାଟିବା ଯନ୍ତ୍ର ନେଇ ସେହି ଏଟିଏମକୁ କାଟିବାକୁ ପ୍ରୟାସ କରିଥିଲେ।ଦୁର୍ବୃତ୍ତମାନେ ଏଟିଏମର କିଛି ଅଂଶ କାଟି ମଧ୍ୟ ଥିଲେ। ତେବେ କିଛି ସମୟ ପରେ କାଳେ କୌଣସି ପ୍ରକାରର ଅସୁରକ୍ଷିତ ମନେ କରି ଗ୍ୟାସ ସିଲିଣ୍ଡର ସହ କାଟିବା ଯନ୍ତ୍ରକୁ ଘଟଣା ସ୍ଥଳରୁ ଛାଡ଼ି ପଳାୟନ