ବଲାଙ୍ଗିର ଜିଲ୍ଲାପାଳ ଆଜି ଆଗଲପୁର ବ୍ଲକ ଅନ୍ତର୍ଗତ ଆଡେନଡୁଙ୍ଗ୍ରି ଗ୍ରାମରେ ପହଞ୍ଚି ଚାଷୀ ବୀରେନ ଭୋଇଙ୍କ ଦ୍ୱାରା କରାଯାଇଥିବା ସମନ୍ୱିତ କୃଷି କ୍ଷେତ୍ରର ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଧାନ, ସବ୍ଜି ଚାଷ, ପଶୁପାଳନ ଓ ମାଛଚାଷକୁ ଏକାସାଥିରେ ଗଢ଼ି ତୋଳାଯାଇଥିବା ଏହି କୃଷି ପଦ୍ଧତିକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏଭଳି ସମନ୍ୱିତ କୃଷି ଚାଷୀଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ।