ନର୍ଲା ବ୍ଲକ ଅଧୂନସ୍ଥ ରୁପ୍ରାରୋଡର କଳାପାହାଡ଼ କ୍ରିକେଟ ଆସୋସିଏସନ ପକ୍ଷରୁ ଚାଲିଥିବା କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ସାମବାର ଏହାର ଫାଇନାଲ ଖେଳ ବୋର୍ଡ଼ ଏକାଦଶ ଓ କଣ୍ଟାମାଳ ଜିତୁ ଏକାଦଶ ମଧ୍ଯରେ ଅନୁଷ୍ଠିତ ହୋଇଥିଲା।ବୋର୍ଡା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୩୨ ରନ କରିଥିଲା। ଜବାବରେ କଣ୍ଟାମାଳ ଏକାଦଶ ଧୂଆଁଧାର ଖେଳ ପ୍ରଦର୍ଶନ କରି ସଂଘର୍ଷ କରିଥିଲେ। ହେଲେ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟର ପତନ ହୋଇଥିଲା। ଫଳରେ ୧୩୩ ରନ ର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇ ମାତ୍ର ୬ ରନରେ ପରାସ୍ତ ହୋଇଥିଲେ