କବିସୂର୍ଯ୍ୟନଗର: ପ୍ରାଥମିକ ଶିକ୍ଷକ ସଂଘର ବେଗୁନିଆପଡା ଵି ଇ ଓ ଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ
ପ୍ରାଥମିକ ଶିକ୍ଷକ ମହାସଂଘ ନୂତନ ପେନସନ ଯୋଜନାଭୁକ୍ତ ର ନିର୍ଦେଶ କ୍ରମେ ବେଗୁନିଆପଡା ଶିକ୍ଷକ ସଂଘ ଆବାହକ ନାରାୟଣ ଦାସଙ୍କ ନେତୃତ୍ୱରେ ସୋମବାର ଦିନ ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ପଦବୀ କୁ ଅପଗ୍ରେଡ଼ କରି ଲେବୁଲ 9 ଅନୁଯାୟୀ ମୂଳ ବେତନ 35400 ଟଙ୍କା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରୁ ଠିକା ପ୍ରଥା ଉଛେଦ କରି 2001 ମସିହା ଠାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରୀ ରେ ଗଣନା କରିବା।