ବାଲିଚନ୍ଦ୍ରପୁର: ଜାରକା ଠାରେ ଧର୍ମଶାଳା ପୂଜା ମହୋତ୍ସବ କମିଟି ପକ୍ଷରୁ ଶାରଦୀୟ ଦୁର୍ଗା ଉତ୍ସବ ଉଦଘାଟିତ
ଧର୍ମଶାଳା ପୂଜା ମହୋତ୍ସବ କମିଟି ପକ୍ଷରୁ ଶାରଦୀୟ ଦୂର୍ଗା ଉତ୍ସବ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପୂଜା କମିଟି ସଭାପତି ରବି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ।