ସୁକିନ୍ଦା ଗ୍ରାମ୍ୟ ନ୍ୟାୟାଳୟ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଥିବା ଶନିବାର ଦିବା 2 ଘଟିକା ସମୟରେ ଦେଖିବାକୁ ମିଳିଛି । ଏଥିରେ ମୋଟ ୨୭ଟି ମାମଲାର ଶୁଣାଣି କରାଯାଇଛି। ୨୧ଟି ପୋଲିସ କେସକୁ ଅଭିଯୋଗକାରୀ ପ୍ରତ୍ୟାହାର କରିଥିଲେ। ୨ଟି ପାରିବାରିକ ହିଂସା ମାମଲା ଅଭିଯୋଗକାରୀ ପ୍ରତ୍ୟାହାର କରିଥିଲେ। ୨ଟି ଚେକ୍ ବାଉଂଶ କେସ ପ୍ରତ୍ୟାହାର ହୋଇଥିଲା। ଶ୍ରମ ଆଇନ ଦଫାରେ ଦୁଇଟି ମାମଲାରେ ସୁଧାସିନ୍ଧୁ ପଣ୍ଡାଙ୍କ ଠାରୁ ଦୁଇ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି ।