ଗୋବିନ୍ଦପୁର: ଘୁମୁଣ୍ଡୁମାଲ ଠାରେ ଲୋକଙ୍କୁ ଆକ୍ରମଣ କଲା ବିରଳ ପ୍ରଜାତିର ହିଂସ୍ର ଜନ୍ତୁ, ଉଦ୍ଧାର କଲା ବନ ବିଭାଗ
ବୁଧବାର ସନ୍ଧ୍ୟା ସମୟରେ ଘୁମୁଣ୍ଡୁମାଲ ଦୁଗ୍ଧ କେନ୍ଦ୍ର ନିକଟରେ ଏକ ବିରଳ ପ୍ରଜାତିର ଅଜଣା ବନ୍ୟ ଜନ୍ତୁ ପଶି ଆସି ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରି ଥିଲା। ଏହାଦେଖି ଗ୍ରାମବାସୀ ମାନେ ଫାସ ପକାଇ ଉକ୍ତ ଜନ୍ତୁ କୁ କାବୁ କରିବା ସହ ଏକ ଡ୍ରମ ରେ ଭର୍ତ୍ତି କରି ଦେଇ ଥିଲେ। ଏସମ୍ପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀ ମାନେ ରାତି ପ୍ରାୟ ୧୦ ଟାରେ ଘଟଣାସ୍ଥଳ କୁ ପହଞ୍ଚି ସମ୍ପୃକ୍ତ ଜନ୍ତୁ କୁ ଉଦ୍ଧାର କରିବା ସହ ବାମରା ରେଞ୍ଜ ଅଫିସ କୁ ନିଆଯାଇଥିବା ସୂଚନା ରହିଛି। ଉଦ୍ଧାର ହୋଇଥିବା ଜନ୍ତୁ କୁ ଗାଡଭାଲୁ ବା ହନି ବିଅର୍ କୁହାଯାଏ ବୋଲି ବନ ବିଭାଗ ସ୍ପଷ୍ଟ କରିଛି।