ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କଟାପାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ଜଣେ ବିବାହିତ ମହିଳାଙ୍କ ନିଜ ଘର ସମ୍ମୁଖରେ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରିଛି ପୁଲିସ । ମୃତକ ମହିଳା ଜଣକ ହେଲେ ପିଣ୍ଟୁ ପରୁଆଙ୍କ ସ୍ତ୍ରୀ କୁଲବତୀ ପରୁଆ ବୋଲି ଜଣାପଡିଛି । ସ୍ୱାମୀ ନିଜ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଉଥିଲା ଏବଂ ତାଙ୍କୁ ପୋଡ଼ି ମାରି ଦିଆଯାଇଛି ବୋଲି ଝିଅଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ମୃତକ ମହିଳା ଜଣକ ନିଜ ମାଁଙ୍କ ସହ ଭିଡିଓ କଲରେ ଭଲମନ୍ଦ କଥାବାର୍ତ୍ତା ହୋଇଥିଲେ । ସକାଲେ କୁଲବତୀଙ୍କ ମୃତଦେହ ଅର୍ଦ୍ଧଦଗ୍ଧ ପୋଡା ଅବସ୍ଥାରେ ଖବର ପାଇଥିଲେ ବୋଲି