ବଲାଙ୍ଗୀର: ଖର୍ଲିକାନୀ ଗ୍ରାମରେ ବଲାଙ୍ଗିର ବନଖଣ୍ଡ ବିଭାଗ ( କେନ୍ଦୁପତ୍ର) ତରଫରୁ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ପାରିଶ୍ରମିକ ପ୍ରଦାନ
ଆଜି ଅପରାହ୍ନ ୪ ଟା ସମୟରେ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଖର୍ଲିକାନୀ ଗ୍ରାମରେ ବଲାଙ୍ଗିର ବନଖଣ୍ଡ ବିଭାଗ ( କେନ୍ଦୁପତ୍ର) ତରଫରୁ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସେମାନଙ୍କର ପାରିଶ୍ରମିକ ପ୍ରଦାନ କରାଯାଇଛି । କେନ୍ଦୁପତ୍ର ବିଭାଗ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେ ଦେବିଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସେମାନଙ୍କର ପାଉଣା ପ୍ରାପ୍ତି ସମ୍ପର୍କରେ ପଚାରି ବୁଝିଥିଲେ । କେନ୍ଦୁପତ୍ର ତୋଳାଳୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଏହି ଟଙ୍କା ପଡ଼ିଥିବା ଡି ଏଫ୍ ଓ ଦେଖିଥିଲେ । ଏବଂ ଶ୍ରମିକ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ରଥଯ