Public App Logo
Profile Picture

Anandapur Khabar

@anandapurkhabar
180Followers
0Following
ଆଜି ଅନୁସୂଚିତ ଜାତି ମୋର୍ଚ୍ଚା, ବିଜେପି ଓଡିଶା ପ୍ରଦେଶ ପକ୍ଷରୁ ଜୋନ ସ୍ତରୀୟ ସମୀକ୍ଷା ବୈଠକ ଆନନ୍ଦପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି ।ବୈଠକରେ ଓଡିଶା ସଂଙ୍ଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ମହୋଦୟ  ବିଭିନ୍ନ ସାଂଗଠାନିକ କାର୍ଯ୍ୟ ର ସମୀକ୍ଷା ସହିତ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଏବଂ ଆଗାମୀ ଦିନର କିପରି ଗତିଶୀଳ କରାଯାଇପାରିବ ସେ ସମ୍ବନ୍ଧରେ ବିସ୍ତୃତ ମାର୍ଗଦର୍ଶନ ଦେଇଥିଲେ।
କେନ୍ଦୁଝର ଜିଲ୍ଲାର ଭଣ୍ଡାରୀଡିହା, ପଦନପୁର ଗ୍ରାମରେ ଖୁଦୁରୁକୁଣୀ ଓଷାକୁ  ଗଣପର୍ବ ଭାବେ ବହୁ ଆଢ଼ମ୍ବରରେ ପାଳନ କରିଛନ୍ତି ମହିଳା ମାନେ,,,
ଆନନ୍ଦପୁର ସମେତ ଘଷିପୁରା ବ୍ଲକର ସମେତ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପୋଷଣ ପକ୍ଷ ଦିବସ ୩ଦିନ ଧରି ଅତି ସୁନ୍ଦର ଭାବେ ପାଳନ କରାଯାଇଛି
ପ୍ରତିଯୋଗିତା ଭିତ୍ତିରେ ଗାଁର ଖୁଦୁରୁକୁଣୀ ମେଢ ଗୁଡିକୁ ସଜାଇଥିଲେ ଗାଁର ଝିଅମାନେ ନିଜକୁ ସୁସଜ୍ଜିତ କରି ମା ଖୁଦୁରୁକୁଣୀଙ୍କର ପୂଜାଅର୍ଚ୍ଚନାରେ ମଜ୍ଜି ଯାଇଛନ୍ତି <nis:link nis:type=tag nis:id=ଘଷିପୁରା_ବ୍ଲକ_ଭଣ୍ଡାରିଡିହା_ଓ_ପଦନପୁର_ଗ୍ରାମର_ଝିଅମାନେ nis:value=ଘଷିପୁରା_ବ୍ଲକ_ଭଣ୍ଡାରିଡିହା_ଓ_ପଦନପୁର_ଗ୍ରାମର_ଝିଅମାନେ nis:enabled=true nis:link/>
ଆବାସ ଘର ଟିଏ ପାଇବା ଦାବିରେ ଘଷିପୁରା ବ୍ଲକ ଘେରିଲେ ବ୍ଲକର ବିଭିନ୍ନ ପଞ୍ଚାୟତବାସୀ
ଲୋକମାନଙ୍କ ସାଧାରଣ ସମସ୍ୟା ବିଡ଼ିଓ ଶୁଣିବା ସହିତ ଏହାର ତ୍ୱରିତ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଘଷିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତରେ ୫ ଟି ପଞ୍ଚାୟତ ର ଲୋକଙ୍କୁ ନେଇ ଏକ ଜନ ଶୁଣାଣି କାଯ୍ୟକ୍ରମ ହୋଇଯାଇଛି ।
ଅଙ୍ଗନୱାଡି ର କୋମଳମତି ଶିଶୁଙ୍କ ଉଦେଶ୍ୟରେ ଅଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ ଆଜି ଘସିପୁରା ବ୍ଲକ ଅଧିନ  ନଣ୍ତାବର ଅଙ୍ଗନବାଡି କେନ୍ଦ୍ରରେ ପୁଷ୍ଟିକର ଖାଦ୍ୟ ଉପରେ ବିଶେଷ ପ୍ରତିଯୋଗିତା
ଲଗାଣ ବର୍ଷାରେ ଦବିଲା ସେତୁ। ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ ରେକୁଟିଆ-ଦରଡିପାଳ ରାସ୍ତାରେ ଘଟିଛି ଏ ଘଟଣା,,
ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ପଡା ଗ୍ରାମର ଯୁବକ ପ୍ରଶାନ୍ତ ନାୟକ , ସମାଜ ସେବା ଓ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ପ୍ରଶାନ୍ତର ଥିଲା ଜୀବନର ବ୍ରତ ,ଗାଁ ଓ ଆଖପାଖ ଗ୍ରାମରେ ସମସ୍ତଙ୍କର ପ୍ରିୟ ବନ୍ଧୁ ଥିଲା,
ଏଭଳି ଏକ ପରୋପକାରୀ ଯୁବକ ଅସମୟରେ ଚାଲିଯିବା ଅଞ୍ଚଳ ପାଇଁ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ଘଷିପୁରା ନିର୍ବାଚନ ମଣ୍ଡଳୀ ବୀରଗୋବିନ୍ଦପୁର ଠାରେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ପ୍ରଚଣ୍ଡ ରାଷ୍ଟ୍ର ଭକ୍ତ, ଜନନେତା,ଏକାତ୍ମ ମାନବବାଦ ର ପ୍ରଣେତା ,ଦାର୍ଶନିକ ଓ ବିଚକ୍ଷଣ ରାଜନୀତିଜ୍ଞ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳନ
ଘସିପୁରା ବ୍ଲକ ସୁଆଁପଦା ରେ ଥିବା ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ଅମୁଲ୍ୟ ସାହୁଙ୍କୁ ଅନ୍ୟତ୍ର ବଦଳି ଘଟଣାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରତିବାଦ
କେନ୍ଦୁଝର ଜିଲ୍ଲା  ସାଇଁକୁଳ ସ୍ଥିତ ପତିତପାବନ ମହାବିଦ୍ୟାଳୟ ପକ୍ଷରୁ ଆଜି  ଏନଏସ୍ ଏସ୍ ପ୍ରତିଷ୍ଠା ଦିବସ ପାଳନ
ଘଷିପୁରା ବ୍ଲକ ଶାଳଦେଇ ପଞ୍ଚାୟତ ଓଡ଼ପଡା ଗ୍ରାମର ଉଦ୍ୟମାନ ଯୁବକ ପ୍ରଶାନ୍ତ କୁମାର ନାୟକ ଆଜି ସଂଧ୍ୟାରେ ହସନପୁର ଟୋଲପ୍ଲାଜା ନିକଟରେ ଗାଡି ଦୁର୍ଘଟଣାରେ ମୃତ ବରଣ କରିଛନ୍ତି ,ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି,,,,
ହାତୀ ଆକ୍ରମଣ ରେ ନାବାଳକ ଗୁରୁତର। ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଘସିପୁରା ବ୍ଲକ ଗୋହିରାବଣି ଗାଁର ଲକାନ ହେମ୍ବ୍ରମ ଙ୍କ ୧୩ ବର୍ଷୀୟ ପୁଅ ରାଜଦୀପ ହାତୀ ହାବୁଡ଼ରେ ପଡି ଗୁରୁତର ଆହତ ,ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଟୋଲଙ୍କପଡ଼ା ଗାଁ ନୂଆସାହିରୁ ୫ଫୁଟର ନାଗ ସାପ  ଉଦ୍ଧାର । ଘର ଭିତରେ ନାଗସାପ ପରିବାର ଲୋକେ ଦେଖିଥିଲେ। ସ୍ଥାନୀୟ ଜଣେ ସାପ ଧରାଳିକୁ ଖବର ଦେବାରୁ ସାପ ଧରାଳି ସାପଟିକୁ ସୁରକ୍ଷିତରେ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣା ପଡ଼ିଛି
ବିଳମ୍ବିତ ରାତି ୧୧ଟା ୩୦ରେ ଯାଜପୁରରୁ ଫେରୁଥିବା ସମୟରେ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ ଜିନ୍ଦଲ କମ୍ପାନୀ ବସକୁ ପଛପଟୁ ଧକ୍କାଦେଲା ପରିବା ବୋଝେଇ ଆଇଚର ,ବସରେ ବସିଥିବା ୩୦ରୁ ଉର୍ଦ୍ଧ କମ୍ପାନୀ ପିଲାଙ୍କର କୌଣସି କ୍ଷେତି ହୋଇନଥିବା ବେଳେ ଟ୍ରକ ଡ୍ରାଇଭରର ମୁଣ୍ଡ ଫାଟିଥିବା ଜଣା ପଡ଼ିଛି ।
ଅବ୍ୟବସ୍ଥା ଘେରରେ ସାଇଁକୁଳ ସରକାରୀ ଆଶ୍ରମ ବିଦ୍ୟାଳୟ। ପରିଚାଳନା କମିଟି ଗଠନକୁ ନେଇ ବିଦ୍ୟାଳୟ ପରିସରରେ ହାତାହାତୀ ଉତେଜନା ,ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଶାଳଦେଇ ପଞ୍ଚାୟତ ଓଡପଡା ଗାଁରେ ଘଟିଛି ତୁମୂଳ କାଣ୍ତ,ଦୁଇଜଣଙ୍କ ପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ
ଆସନ୍ତା କାଲି ହେବ ବେସରକାରୀ ଅଧ୍ୟାପକଙ୍କ ବିଶାଳ ଶୋଭାଯାତ୍ର। ଅପ୍ରିତିକର ପରିସ୍ଥିତି ନିମନ୍ତେ ସରକାର ଦାୟୀ ରହିବେ ବୋଲି ଶାଳପଡା କନକ ମଞ୍ଜରୀ ମହାବିଦ୍ୟାଳୟର ଅଧ୍ୟାପିକାଙ୍କ ମତ,,
ଆନନ୍ଦପୁର ବ୍ଲକ ବେଲବାହାଳୀ କୁଣ୍ଡୁଳାଇ ହାଇସ୍କୁଲ ପରିସରରେ ବ୍ଲକ ସ୍ତରିୟ କବାଡି ଓ ଖୋଖୋ ପ୍ରତିଯୋଗିତା। ଭାଗନେଲେ ଶତାଧିକ ଛାତ୍ରଛାତ୍ରୀ
ଆନନ୍ଦପୁର ଥାନା ମୋଚିନ୍ଦା ଗ୍ରାମର ରତିକାନ୍ତ ସାହୁ(୫୫) ତିନିଦିନ ଧରି  ନିଖୋଜ ଅଛନ୍ତି ।ଯଦି ଏ ବ୍ୟକ୍ତିଙ୍କୁ କେହି ଦେଖନ୍ତି ଏ ନମ୍ବରରେ -9777042093,9337918842 ଯୋଗାଯୋଗ କରିବା ପାଇଁ ତାଙ୍କ ପରିବାର ଲୋକେ ଅନୁରୋଧ କରିଛନ୍ତି ।
ଘଷିପୁରା ବ୍ଲକ ଜର୍ଦା ଠାରୁ ଗଁପୁର ପଞ୍ଚାୟତ ପଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତା ଶୋଚନୀୟ ,୬ମାସ ଧରି ରାସ୍ତା କାମ ଅଧାପନ୍ତରିଆ କରି ଠିକାଦାର ଛୁ ଲୋକେ ହନ୍ତସନ୍ତ ଏବଂ  ନୂଆମାଳିଆ(କାଳିଚାଡାହି) ଆସିବାସୀ ବସ୍ତିରେ ପାନୀୟ ଜଳ ସଙ୍କଟ,ଖୋଲା କୂଅ ପାଣି ପିଇ ରୋଗାଗ୍ରସ୍ତ ଲୋକେ ବିଭାଗୀୟ ଅଧିକାରୀ ଚୁପ
ଘସିପୁରା ଥାନା ଅନ୍ତର୍ଗତ ଭଣ୍ଡାରିଡିହା ଗାଁର 
ଯୁବକ ସୁଶୀଲ ଭିତିରିଆକୁ ବିଷାକ୍ତ ସାପ କାମୁଡି ଆଜି ମୃତ ବରଣ କରିଛନ୍ତି ।ଚିକିତ୍ସାଳୟ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି
ପ୍ରଥମେ ସୁନା ଅଳଙ୍କାର ଲୁଟ ପରେ ମହିଳା ଙ୍କୁ ଘରେ ପଶି ଆକ୍ରମଣ। ଘସିପୁରା ଥାନା କେଶଦୁରାପାଳ ଗାଁର ମାମୁନି ପଣ୍ଡା ନାମକ ଜଣେ ମହିଳା ଙ୍କୁ ପଡୋଶି ମରଣାନ୍ତକ ଆକ୍ରମଣ ଅଭିଯୋଗ ଥାନାରେ ଅଭିଯୋଗ
ଘଷିପୁରା ବ୍ଲକ ନୂହାମାଳିଆ ମା" ମଙ୍ଗଳା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ,  ପିଆରଏନ୍ କ୍ଲବ ବରାଙ୍ଗକୁ ୨/୦ ଗୋଲରେ ହରାଇ ଯାଜପୁର ଭାଲୁବସା ଏଫସି ଚମ୍ପିଅନ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୀପକ ଜେନା ସମ୍ନାନିତ ଅତିଥି ଭାବେ ଗଦାଧର ଜେନା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ