Download Now Banner

This browser does not support the video element.

କଣ୍ଟାବାଞ୍ଜି: ମୁରିବାହାଲ ରେଳ ଷ୍ଟେସନରୁ ପୁଣି ଗଞ୍ଜେଇ ଜବତ, ଜଣେ ଗିରଫ

Kantabanji, Balangir | Jul 18, 2025
ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନ ପରିସରରୁ ପୁଣି ଗଞ୍ଜେଇ ଜବତ ହୋଇଛି। ଟ୍ରେନରେ ରାୟପୁରକୁ ଚୋରା ଚାଲାଣ ହେବାକୁ ଥିବା ସାଢ଼େ ୩ କେଜି ଗଞ୍ଜେଇ କୁ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି। ଏହି ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ମଧ୍ୟପ୍ରଦେଶ ରାଜ୍ୟର ପ୍ୟାରେ ମିଆଁ ଖାଁ ନାମକ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us